*ପତରେ ପତରେ ପିଉଷ*
★★★★★★★
ଓଡିଆ ଭାଇ ମୋ    ମନ ଦେଇ ଶୁଣ 
       କହିବି କେତୋଟି କଥା
ମୋର କଥାକୁ ଯଦି    ସାଦରେ ମାନିବ
      ହଟିବ ଶରୀର ବ୍ୟଥା।
ବାଡିପଟେ ଅଛି     ତୁଳସୀ ପତର
       ଖାଇବ ଚାରୋଟି ଚୋବାଇ
  ପାଖ ମାଡିବନି        କଫ କି ପିତ୍ତ
       ସର୍ଦ୍ଦି କେବେ ହେବ ନାହିଁ ।
ବେଲ ପତ୍ରଟିଏ    ସକାଳୁ ଖାଆନ୍ତୁ
       ତୁଟିବ ପେଟର ବ୍ୟଥା
ଗ୍ୟାଷ୍ଟ୍ରିକ୍ ଭଳି    ପ୍ରବଳ ରୋଗ
       ହଜାଇବ ତାର ପତ୍ତା।
ନାବାଳକ ଠାରୁ     ସାବାଳକ ଯାଏଁ
        ସଭିଙ୍କୁ ହେଉଛି ରକ୍ତଚାପ
ପିଜୁଳି ପତ୍ର      ସିଝାଇ ପିଅନ୍ତୁ
       ନିକଟରେ ଅଛି ଅମାପ।
ନିଦ ହେଉନାହିଁ    ଚିନ୍ତାରେ ଅଛନ୍ତି
       ଯଦି ଖାଉଥାନ୍ତି ନିଦ ବଟିକା
ମୋର ସରଳ ସୂଚନା  ପାଳିଲେ ନିତ୍ୟ
        ନିଶ୍ଚେ ହେବ ତୁମେ ତାଟକା।
ପାଚିଲା କଦଳୀ   ଚୋପାକୁ କାଟିଣ
       ସିଝାଇ ରଖିବ ଛାଣି
ରାତ୍ର ଭୋଜନର  ଆଦ୍ୟାନ୍ତେ ପିଇଲେ
       ନିଦରେ ଖୋଜିବ ରାଣୀ।
କରଞ୍ଜ ପତ୍ର ସିଝା   ଭୋକିଲା ପିଅନ୍ତୁ
       ଯକୃତକୁ ମିଳିବ ବଳ
କାମଳ ରୋଗ ତ   ଆସିବ ନାହିଁ
      ଜୀବିତ ରହିବ ଦୀର୍ଘ କାଳ।
ନିଶା ପାନ ଯଦି    କରୁଛନ୍ତି କେହି
      ପିଅନ୍ତୁ ଦୁବ ଘାସର ରସ
ସର୍ବ ସାଧାରଣ କିନ୍ତୁ  ଅବୁଝା ହୋଇ
       କରନ୍ତି ତାକୁ ପରିହାସ।
କାଉଁରିଆ ଶାଗ    ପତ୍ରକୁ ନେଇ
      ଆଚାର କି ଆମ୍ବିଳ କର
ଏକୋଇଶି ଦିନରେ  ସବୁ ନାରୀଙ୍କର
       ଋତୁ ଦୋଷ ହେବ ଦୂର।
ଭାରତବର୍ଷ ଆଜି    ପବିତ୍ର ହୋଇଛି
      ନିମ୍ବ ଗଛ ପତ୍ର ପାଇଁ
ତାହା ଠାରୁ ବଳି   ମହୌଷଧି ଆଉ
      ଅନ୍ୟ ଦେଶେ ମିଳେ ନାହିଁ ।
ପକୃତି କୋଳରେ    ରହିଛି  ଏଭଳି
      ଅନେକ ପିଉଷ ପତ୍ର
ସମୟ ପାଇଲେ   ଲେଖି ଜଣାଇବି
     ସୁସ୍ଥ ରହିବା ସର୍ବତ୍ର ।

Comments