ଜାଣନ୍ତୁ ସେ ନିଜକୁ ନିଜେ ଭାରତ ରତ୍ନ କାହିଁକି ଦେଇ ଥିଲେ।

ନେହରୁଙ୍କର ଲମ୍ବା କର୍ତୁତ୍ୟାବଳି

*ନେପାଳ ଆଜି ଭାରତର ଏକ ଅଂଶ ହୋଇଥାନ୍ତା.....*

1951ରେ ନେପାଳର ତତ୍କାଳୀନ ମହାରାଜା " ତ୍ରିଭୁବନ " ନେପାଳକୁ ଭାରତରେ ବିଲୟ ପାଇଁ ନେହେରୁଙ୍କୁ କହିଥିଲେ । କିନ୍ତୁ ଦେଶର ଦୁର୍ଭାଗ୍ୟ ନେହରୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । 
 
ଆଉ ଆଜି ନେପାଳ ଚିନ୍ ର ହାତବାରିସି ସାଜିଛି ।

( संदर्भ- Rediff News)
( संदर्भ - The Hindu) 

➖➖➖➖➖➖➖➖➖➖➖

*ବେଲୁଚିସ୍ତାନ ଆଜି ଭାରତର ଅଂଶ ହୋଇଥାନ୍ତା....*

1948ରେ ବେଲୁଚିସ୍ତାନ ନବାବ ଖାନ ବେଲୁଚିସ୍ତାନର ବିଲୟ ନିଃସର୍ତ୍ତ ଭାରତ ସହିତ କରିବା ପାଇଁ ଅଫର୍ ଲେଟର ପଠାଇଥିଲେ । ଦୁର୍ଭାଗ୍ୟ, ନେହରୁ ପ୍ରତ୍ୟାଖ୍ୟାନ କଲେ ଓ ପାକିସ୍ତାନ ଜବରଦସ୍ତି ବେଲୁଚିସ୍ତାନକୁ କବ୍ଜା କରିନେଲା ।

ଭାରତର ଉତ୍ତର ସୀମାନ୍ତ ଅସମତଳ ପାହାଡ ପର୍ବତରେ ଘେରି ହୋଇଛି । ଯେଉଁଠି ପ୍ରତିରକ୍ଷାରେ ଭାରତର ଅନେକ ବ୍ଯୟ ହେଉଛି । କିନ୍ତୁ POK ଏକ ସମତଳ ସ୍ଥାନ, ଯାହା ଆଜି ଏକ ପ୍ରକାର ଚିନ୍ କବ୍ଜାରେ ।

( संदर्भ- Dailymail England)

➖➖➖➖➖➖➖➖➖➖➖

*ପାକିସ୍ତାନର ଗ୍ବାଦର ବନ୍ଦର ଆଜି ଭାରତର ଥାନ୍ତା...*

ଓମାନ 1947ରେ ଗ୍ବାଦର ବନ୍ଦର ଭାରତକୁ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନେହରୁ ମନା କରି ଦେଇଥିଲେ । ପରେ ଓମାନ ଗ୍ବାଦର ବନ୍ଦର ପାକିସ୍ତାନକୁ ବିକି ଥିଲା । ଯାହାକୁ ପାକିସ୍ତାନ ଆଜି ଭାରତର ଶତୃ ଚିନ୍ ହାତରେ ଅର୍ପଣ କରିଛି । ଯେଉଁଠି ଚିନ୍ ଆଜି ତାର ନୌବାହିନୀ ମୁତୟନ କରିଛି । ଯାହା ଭାରତ ପାଇଁ ଏକ ବଡ ବିପଦ ।

( संदर्भ- Dailyo News)

➖➖➖➖➖➖➖➖➖➖➖

*ଭାରତର କୋକୋ ଦ୍ବୀପ ଯାହା ଚିନ୍ ପାଖରେ....*

1950ରେ ନେହରୁ କୋଲକାତା ପାଖରେ ଥିବା କୋକୋ ଦ୍ବୀପ ସମୂହ ଯାହା ଆଣ୍ଡାମାନର ଏକ ଅଂଶ ଥିଲା, ତାକୁ ବର୍ମାକୁ ଦାନ କରି ଦେଇଥିଲେ । ଯାହାକୁ ପରେ ବର୍ମା ଚିନକୁ ଦାନ କରି ଦେଇଥିଲା । ଯେଉଁଠାରୁ ଚିନ୍ ଭାରତର ନୌବାହିନୀ ଉପରେ ନଜର ରଖିଛି ଓ ନିଜର ମିଲିଟାରୀ ବେସ, ହାୱାଇ ପଟି ତିଆରି କରିଛି । ଯାହାଦ୍ବାରା ଭାରତର ପ୍ରତିରକ୍ଷା ଆଜି ବିପଦରେ ।

( Google Map location of COCO Iceland)

➖➖➖➖➖➖➖➖➖➖➖

*କାବୁ ହ୍ବେଲି ଯାହା ନେହରୁ ପାଇଁ ଭାରତରୁ ଅଲଗା ହୋଇ ଆଜି ବର୍ମାର....*

1954ରେ ମଣିପୁରର କାବୁ ହ୍ବେଲିକୁ ପାର୍ଲାମେଣ୍ଟ ଓ ମଣିପୁରବାସୀଙ୍କ ବିରୋଧ ସତ୍ତ୍ଵେ ବର୍ମାକୁ ଦାନ କରି ଦେଇଥିଲେ । ଏକ ସମୟରେ ଏହି କାଶ୍ମୀର ଭଳି ସୁନ୍ଦର 11000 ବର୍ଗ କିଲୋମିଟର ଅଞ୍ଚଳ"Jewel of Manipur"  ନାମରେ ପ୍ରସିଦ୍ଧ ଥିଲା ।
ଦୁର୍ଭାଗ୍ୟ ଯାହାକୁ ଆମେ ନେହେରୁଙ୍କ ପାଇଁ ହରାଇ ସାରିଛେ । 

➖➖➖➖➖➖➖➖➖➖➖

*ଯଦି ସର୍ଦ୍ଦାର ପଟେଲ ନଥାନ୍ତେ, ନେହରୁଙ୍କ ପାଇଁ ହାଇଦ୍ରାବାଦ୍ ଆଜି ଦକ୍ଷିଣ ପାକିସ୍ତାନ ହୋଇଥାନ୍ତା....*

ହାଇଦ୍ରାବାଦର ନିଜାମ ହାଇଦ୍ରାବାଦକୁ ପାକିସ୍ତାନ ସହିତ ମିଶାଇବାକୁ ଚାହୁଁଥିଲେ । ପଟେଲ ଜବରଦସ୍ତି ଭାରତ ସହିତ ମିଶାଇବାକୁ ଚାହୁଁଥିଲେ, ନେହରୁ ରାଜି ନଥିଲେ । ନେହେରୁଙ୍କ ବିଦେଶ ଯାତ୍ରା ସମୟରେ, ପଟେଲ ନେହେରୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେନାର ପୋଲୋ ମିସନ୍ (ହାଇଦ୍ରାବାଦ ମୁକ୍ତି ସଂଗ୍ରାମ) ନାମରେ ଚଢାଉ କରି 13 ସେପ୍ଟେମ୍ବର 1948ରେ ହାଇଦ୍ରାବାଦକୁ ଭାରତରେ ମିଶାଇ ଦେଇଥିଲେ ।

ସେହି ସମୟରେ ନେହରୁ ବିମାନରେ ବିଦେଶ ଗ୍ରସ୍ତରୁ ଫେରୁଥିଲେ । ଯଦି ସେ ପହଞ୍ଚି ଯାଇଥାନ୍ତେ ହାଇଦ୍ରାବାଦର ବିଲୟ ଭାରତ ସହିତ ଅସମ୍ଭବ ହୋଇଥାନ୍ତା । ସେଥିପାଇଁ ପଟେଲ ପ୍ରଥମେ ନେହରୁଙ୍କର ବିମାନ ଅବତରଣ ନ କରାଇବା ପାଇଁ ଆଦେଶ ଦେଲେ । ନିଜାମ ବିଲୟ ପାଇଁ ହସ୍ତାକ୍ଷର କଲେ, ତତ୍ପରେ ନେହରୁଙ୍କର ବିମାନକୁ ଅବତରଣ କରାଗଲା । ପଟେଲ ନେହେରୁଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ଓ କହିଲେ, "ହାଇଦ୍ରାବାଦର ଭାରତରେ ବିଲୟ ହୋଇଗଲା ।" ଯାହା ଶୁଣି ନେହରୁ ଫୋନକୁ ସେଇଠି ହିଁ ଫୋପାଡି ଦେଇଥିଲେ । ଏହାପରେ ତିକ୍ତତା ଏଭଳି ବଢି ଯାଇଥିଲା ଯେ, ନେହେରୁଙ୍କ ନିର୍ଦ୍ଦେଶରେ ପଟେଲଙ୍କର ଅନ୍ତ୍ଯେଷ୍ଟିରେ କୌଣସି କଂଗ୍ରେସ ନେତା ଉପସ୍ଥିତ ହୋଇନଥିଲେ ।
ଏକକ ଭାରତ ଗଢିବାରେ ପଟେଲଙ୍କର ଅତୁଳନୀୟ ଅବଦାନ ରହିଛି । ନହେଲେ ଆଜି ହୁଏତ ଭାରତରେ ହାଇଦ୍ରାବାଦ ଭଳି କେତେ ମିନି ପାକିସ୍ତାନ ଥାନ୍ତା ଓ ନିତି ଭାରତରେ ରକ୍ତର ହୋଲି କାଶ୍ମୀର ଭଳି ଖେଳା ଯାଇଥାନ୍ତା । ଦୁର୍ଭାଗ୍ୟ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସ୍ଥାନରେ ପଟେଲ ହୋଇ ପାରିଲେନି, କେବଳ ଗାନ୍ଧୀଙ୍କର ନେହେରୁଙ୍କ ସହିତ ଆତ୍ମିୟତା ପାଇଁ । ଆଉ ଆଜି ସ୍ବାଧୀନତାର 70 ବର୍ଷ ପରେ ମୋଦି ସରକାରରେ ଲୌହ ମାନବଙ୍କୁ ଉଚିତ୍ ସମ୍ମାନ ଓ ଭାରତ ରତ୍ନରେ  ସମ୍ମାନିତ କରାଗଲା ।

➖➖➖➖➖➖➖➖➖➖➖

*ଆଜି ଭାରତ ଚିନ୍ ସ୍ଥାନରେ UNର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥାନ୍ତା....*

1950ରେ ଆମେରିକା ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଅର୍ପଣ କରିଥିଲା । କିନ୍ତୁ ନେହରୁ ଭାରତ ବଦଳରେ ଚିନ୍ କୁ ସୁରକ୍ଷା ପରିଷଦରେ ନେବା ପାଇଁ କହିଥିଲେ ।

ଆମେରିକା ଓ ଋଷିଆ 1955ରେ ଆଉଥରେ ନେହେରୁଙ୍କୁ ଭାରତକୁ ସୁରକ୍ଷା ପରିଷଦରେ ନେବା ପାଇଁ କହିଲେ । କିନ୍ତୁ ଦେଶର ଦୁର୍ଭାଗ୍ୟ ନେହରୁ ଦ୍ବିତୀୟ ଥର ପାଇଁ ପ୍ରତ୍ୟାଖ୍ୟାନ କଲେ ।

ଆଜି ଚିନ୍ ସୁରକ୍ଷା ପରିଷଦରେ ରହି ଭାରତର ବହୁ ପ୍ରସ୍ତାବ ଖାରଜ କରି ସାରିଲାଣି । ଏମିତିକି ଭାରତର ମୋଷ୍ଟୱାଣ୍ଟେଡ ପାକିସ୍ତାନୀ ଆତଙ୍କି ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ତାକୁ ବଞ୍ଚାଇଥିଲା ।

( संदर्भ- Washington Post)

➖➖➖➖➖➖➖➖➖➖➖

*ସରକାରୀ ବିମାନର ଦୁରୁପଯୋଗ....*

ଥରେ ନେହରୁ ଭୋପାଳ ଯାଇଥିଲେ । ରାଜଭବନରେ ଜଣାପଡିଲା କି ନେହରୁଙ୍କର ଫେବରାଇଟ ବ୍ରାଣ୍ଡ 555 ସିଗାରେଟ୍ ଭୋପାଳରେ ମିଳୁନି । ତାପରେ ଭୋପାଳରୁ ଇନ୍ଦୋର ଏକ ବିଶେଷ ବିମାନ ପଠାଗଲା, ପୂର୍ବରୁ ଇନ୍ଦୋର ବିମାନବନ୍ଦର ପର୍ଯ୍ୟନ୍ତ ସିଗାରେଟ୍ ଅଣା ଯାଇଥିଲା । ସେହି ସିଗାରେଟକୁ ଉକ୍ତ ବିମାନ ଯୋଗେ ଇନ୍ଦୋରରୁ ଭୋପାଳ ଅଣାଯାଇଥିଲା । ଏହି ଘଟଣା ମଧ୍ୟପ୍ରଦେଶ ରାଜଭବନର ୱେବସାଇଟ୍ ରେ ଅଛି ।

( संदर्भ- Dainik Bhaskar)

➖➖➖➖➖➖➖➖➖➖➖

*ବିଦେଶନିତୀରେ ମୁସଲିମ ତୁଷ୍ଟିକରଣର ରାଜନୀତି....*

ମହାନ ବିଜ୍ଞାନୀ ଆଇନଷ୍ଟାଇନ ପଣ୍ଡିତ ନେହେରୁଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ଜିୟୁ ଲୋକଙ୍କର ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରାଷ୍ଟ୍ର ପାଇଁ ଇସ୍ରାଏଲକୁ ସମର୍ଥନ କରିବାକୁ କହିଥିଲେ । କିନ୍ତୁ ମୁସଲମାନଙ୍କ ଡରରେ ନେହେରୁ ଚିଠିର ଉତ୍ତର ଦେଇନଥିଲେ । ପରେ ଚିଠି ଉତ୍ତର ଦେଇ ସ୍ବତନ୍ତ୍ର ଇସ୍ରାଏଲ ପ୍ରସ୍ତାବକୁ ପ୍ରତ୍ଯାଖ୍ଯାନ କରିଥିଲେ ଓ UNରେ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ । ତୁଷ୍ଟିକରଣ ରାଜନୀତିରେ ଇସ୍ରାଏଲ ଭଳି ମିତ୍ର ରାଷ୍ଟ୍ରକୁ ଭାରତ ହରାଇଥିଲା । ଏହାଦ୍ବାରା ଇସ୍ରାଏଲଠାରୁ ମିଲିଟାରୀ ଓ କୃଷିତନ୍ତ୍ର ଜ୍ଞାନ ପାଇବାରୁ ବଞ୍ଚିତ ହେଲା । କିନ୍ତୁ ଇତିହାସ ସାକ୍ଷୀ ଅଛି, ପ୍ରତ୍ୟେକଟି ବିପଦରେ ଇସ୍ରାଏଲ ଭାରତ ସହିତ ଛିଡା ହୋଇଛି ।
  
( संदर्भ -Indian Express)
( संदर्भ- The Guardian)

➖➖➖➖➖➖➖➖➖➖➖

*ପବିତ୍ର ହିନ୍ଦୁ ତିର୍ଥସ୍ଥାନ କୈଳାଶ ମାନସରୋବର ହରାଇବା....*

1962ରେ ଚିନଠାରୁ ଭାରତର ପରାଜୟର କାରଣ ତର୍ଜମା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ସମିତି ଯେଉଁଥିରେ ଲେଫ୍ଟିନେଣ୍ଟ ଜେନେରାଲ ହେଣ୍ଡରସନ୍ ବ୍ରୁକ୍ସ ଓ ମିଲିଟାରୀ କମାଣ୍ଡର ବ୍ରିଗେଡିୟର ପି.ଏସ୍. ଭଗତ ଥିଲେ । ଭାରତର ପରାଜୟ ପାଇଁ ନେହରୁ ଓ ତାଙ୍କର ନୀତିକୁ ହାରିବାର ମୁଖ୍ୟ କାରଣ ବୋଲି  କହିଲେ ।

ଯୁଦ୍ଧ ହାରିବା ଦ୍ବାରା  ଭାରତର 14000 ବର୍ଗ କିଲୋମିଟର ଅଞ୍ଚଳ ଚିନ୍ ହାତକୁ ଚାଲିଗଲା । ଏହା ସହିତ କୈଳାଶ ପର୍ବତ, ମାନସରୋବର ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହୁ ଜାଗା ଚିନ୍ ହାତକୁ ଚାଲିଗଲା । ନେହେରୁ ଏହାର ଜବାବ ଦେଇ କହିଥିଲେ, "ସେହି ପ୍ରଦେଶ ଭାରତ ପାଇଁ କୌଣସି ଗୁରୁତ୍ୱ ରଖେନା । କାହିଁକିନା ଏଠି ଘାସ ବି କଅଁଳେ ନା ।"

( संदर्भ - Zee News)
( संदर्भ- Jagran)

➖➖➖➖➖➖➖➖➖➖➖

*ଭାରତ ନ୍ଯୁକ୍ଲିୟର ସପ୍ଲାୟର ଗ୍ରୁପ୍ (NSG)ର ସଦସ୍ୟ ଥାନ୍ତା....*

ଭାରତର ସ୍ବାଧୀନତା ପରେ ଆମେରିକା ରାଷ୍ଟ୍ରପତି କେନେଡି ଭାରତକୁ ଆଣବିକ ପରୀକ୍ଷଣ ପାଇଁ ସାହାଯ୍ୟର ପ୍ରସ୍ତାବ ଦେଇଥିଲେ । କିନ୍ତୁ ନେହରୁ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଯଦି ଭାରତ ପ୍ରସ୍ତାବ ସ୍ବୀକାର କରିନେଇଥାନ୍ତା, ଭାରତ ଏସିଆର ପ୍ରଥମ ଆଣବିକ କ୍ଷମତା ସମ୍ପନ୍ନ ଦେଶ ହୋଇଥାନ୍ତା । ଏହା ସହିତ ଭାରତ NSGର ସଦସ୍ୟତା ପାଇ ଯାଇଥାନ୍ତା । ଆଜି 70 ବର୍ଷ ପରେ ବି ଚିନ୍ର ବିରୋଧ ସତ୍ତ୍ଵେ ଆମକୁ ପ୍ରତି ଦେଶ ବୁଲି NSGର ସଦସ୍ୟତା ପାଇଁ ସମର୍ଥନ ଭିକ୍ଷା କରିବାକୁ ପଡିନଥାନ୍ତା ।

( संदर्भ - NDTV)
( संदर्भ - Zee News)

➖➖➖➖➖➖➖➖➖➖➖

*କାଶ୍ମୀର ସମସ୍ୟାଓ ଧାରା 370....*

ଅକ୍ଟୋବର 1947ରେ ପାକିସ୍ତାନୀ ଦୁର୍ଦ୍ଦଷ କୱାଲି ଓ ସେନା କାଶ୍ମୀର ଉପରେ ଆକ୍ରମଣ କଲେ । ସରଦାର ପଟେଲ କାଶ୍ମୀରର ମହାରାଜାଙ୍କୁ ସାହାଯ୍ୟ ବଦଳରେ କାଶ୍ମୀରକୁ ଭାରତରେ ବିଲୟ ସର୍ତ୍ତରେ ଭାରତୀୟ ସେନା ପଠେଇଲେ । ଯେତେବେଳେ ଭାରତର ସେନା ପାକିସ୍ତାନ ସେନାକୁ ହରାଇ ଆଗକୁ ବଢି ଚାଲିଥିଲା, ନେହରୁ ରେଡିଓରେ ଯୁଦ୍ଧ ବିରାମ ଘୋଷଣା କରି ସେନା ଫେରାଇ ଆଣିଲେ ଓ ରେଡିଓରେ କହିଲେ, "ଏଣିକି UN କାଶ୍ମୀର ସମସ୍ୟାର ସମାଧାନ କରିବ...!" ଏହି କାରଣରୁ କାଶ୍ମୀରର ତିନି ଭାଗରୁ ଏକ ଭାଗ( POK ) ପାକିସ୍ତାନରେ ରହିଗଲା । ଏହାପରେ ନେହରୁ ଫାରୁକ ଅବଦୁଲାଙ୍କ ବାପା ଶେଖ ଅବଦୁଲାଙ୍କ  କଥାରେ, ସମ୍ବିଧାନରେ ଧାରା 370 ଯୋଡି ଦେଇଥିଲେ । ଯାହାର କୌଣସି ଆବଶ୍ୟକତା ହିଁ ନଥିଲା । କାରଣ ସେତେବେଳକୁ କାଶ୍ମୀର ଭାରତର ଏକ ଅଙ୍ଗ ହୋଇ ସାରିଥିଲା । 370 ଲାଗୁ ହେବା ଦ୍ବାରା କାଶ୍ମୀର ପାଇଁ ଅଲଗା ସମ୍ବିଧାନ ଲାଗୁ ହେଲା । ଏହାଦ୍ୱାରା କାଶ୍ମୀର ଯିବା ପାଇଁ ପରମିଟ୍ର ଆବଶ୍ୟକତା ପଡିଲା । ଭାରତର ଲୋକେ କାଶ୍ମୀରରେ ସମ୍ପତ୍ତି କିଣି ପାରିବେ ନାହିଁ ।

( संदर्भ- Rediff News)
( संदर्भ- Frontline -  )

➖➖➖➖➖➖➖➖➖➖➖

ଆମେ ବ୍ୟକ୍ତିଗତ ଭାବେ କୌଣସି ଜାଗା ଦାନଟିଏ ବି କରୁନୁ, ଯେତେ ଖରାପ ଜାଗା ହୋଇଥାଉ ନା କାହିଁକି । ହେଲେ ନେହେରୁ ଦେଶର ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳ ଦାନ କରିଦେଲେ । ଯାହା ଆଜି ଭାରତର ସୁରକ୍ଷାକୁ ବିପନ୍ନ କରୁଛି । ଦର୍ଶାଯାଇଥିବା ପ୍ରତ୍ୟେକଟି ନିଷ୍ପତ୍ତି ସେ ଦେଶ ବିରୁଦ୍ଧରେ ହିଁ ନେଇଛନ୍ତି । ତଥାପି "ଭାରତ ରତ୍ନ" ନିଜ ପ୍ରଧାନମନ୍ତ୍ରୀତ୍ବରେ ହିଁ ନେଇଗଲେ ।

🇮🇳 ଜୟ ହିନ୍ଦ୍ 🇮🇳ଜୟ ଭାରତ🇮🇳

Comments